ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର : ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ସୁନ୍ଦରପୁର ଗାଁରେ ଡକାୟତି ହୋଇଛି । ସୁରେନ୍ଦ୍ର ସ୍ବାଇଁଙ୍କ ଘର କବାଟ ଭାଙ୍ଗି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ସ୍ବାଇଁଙ୍କ ଘରର ଝରକା ଭାଙ୍ଗି ୫ ଡକାୟତ ଘରେ ପଶିଥିଲେ । ସୁରେନ୍ଦ୍ରଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡ ମାରିଥିଲେ । ଘରର ଆଲମୀରା ଓ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ଲୁଟି ନେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.