ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍କୁ ମୋବାଇଲ ମନା
![](https://www.odishalink.com/wp-content/uploads/2019/07/mobile-ban-malkangiri.png)
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି ।
SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ। ଏହି ସବୁ ସ୍ଥାନକୁ କେହି ମୋବାଇଲ ନେଇପାରିବେ ନାହିଁ ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।
Comments are closed.