ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା
ଭୁବନେଶ୍ଵର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଲଘୁଚାପ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଫଳରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷାକୁ ନେଇ ୮ଟି ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗଡିକ ହେଲା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୁବର୍ଣ୍ଣନପୁର, ବୌଦ୍ଧ ଏବଂ ବରଗଡ଼।
ଅନ୍ୟପଟେ ଲଘୁଚାପ ଯୋଗୁ ଦ୍ଵୈତନଗରୀ ଭୁବନେଶ୍ଵର ଏବଂ କଟକରେ ଦୁଇଦିନ ଧରି ବର୍ଷା ଲାଗି ରହିଛି। ବର୍ଷାଯୋଗୁ ଭୁବନେଶ୍ଵରର ତଳିଆ ଅଞ୍ଚଳରେ ପାଣି ଜମିରହିବାରୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି କଟକର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି। କେତେକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚରେ ବର୍ଷାଜଳ ଜମି ରହିବାରୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
Comments are closed.