ଏଣିକି ଓଡ଼ିଆ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଏଣିକି ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ପ୍ରକାଶିତ ହେବ। ଖୁବଶୀଘ୍ର ଇଂରାଜୀ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶିତ ହେବ ସୁପ୍ରିମକୋର୍ଟଙ୍କ ରାୟ। ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ମାସର ଶେଷ ଭାଗରେ ହଁ ସୁପ୍ରିମର୍କୋଟଙ୍କ ଓ୍ବେସାଇଟରେ ଏହି ୬ଟି ଭାଷାରେ ଉପଲବ୍ଧ ହେବ। ସେହି ୬ଟି ଆଞ୍ଚଳିକ ଭାଷା ହେଲା ହିନ୍ଦୀ, ଓଡ଼ିଆ, ମରାଠୀ, ତେଲୁଗୁ, କନ୍ନଡ଼ ଓ ଅହମୀୟା(ଆସାମ)। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଓ୍ବେବସାଇଟରେ କେବଳ ଇଂରାଜୀ ଭାଷାରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶିତ ହେଉଛି।
ଅନେକ ସମୟରେ ଦେଖାଯାଏ ଆବେଦନକାରୀ ମାନେ ଇଂରାଜୀ ଭାଷା ପଢ଼ିବା ଓ ବୁଝିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ଅସୁବିଧା ଅନେକ ଆବେଦନକାରୀଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ଏହି କାରଣ ପାଇଁ ଏକାଧିକ ରାଜ୍ୟରୁ ଇଂରାଜୀ ରାୟକୁ ଅନୁବାଦ କରି ପ୍ରକାଶ କରିବାକୁ ନିବେଦନ କରାଯାଇଥିଲା। ଏହି କାରଣ ପାଇଁ ସୁପ୍ରିମକୋର୍ଟ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅନୁବାଦ ପାଇଁ ଆବଶ୍ୟକ ସଫ୍ଟୱେରକୁ ଅନୁମତି ଦେଇଛନ୍ତି। ୨୦୧୭ରେ କୋଚିଠାରେ ଆୟୋଜିତ ଏକ ବିଚରାପତି ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣ ଜନତାଙ୍କ ଲାଭ ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ତଥା ଜଜ୍ମେଣ୍ଟକୁ ଆଞ୍ଚଳିକ ଭାଷାରେ ଭାଷାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହା ଉପରେ କାର୍ଯ୍ୟ କରାଯାଇଥିଲା।
Comments are closed.