ଶରଧାବାଲିରେ ଶ୍ରୀଜିଉ
ପୁରୀ : ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଏହାପରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢେ ୭ଟାରୁ ସାଢେ ଆଠଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରନ୍ତି।
ଗତକାଲି ନିର୍ଦ୍ଧାରିତ ସମୟର ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗି ଯାଇଥିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ପ୍ରଥମେ ତାଳଧ୍ୱଜ ଓ ଦେବଦଳନ ରଥ ଶରଧାବାଲିରେ ଲାଗିବାର କିଛି ସମୟ ପରେ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଅନୁକୂଳ ପାଗ ଏବଂ ଶୃଙ୍ଖଳିତ ନୀତିକାନ୍ତି ସାଙ୍ଗକୁ ଯଥେଷ୍ଟ ଆଗୁଆ ରଥଟଣା ହୋଇଥିବାରୁ ତିନିଟି ଯାକ ରଥ ସଅଳ ଶରଧାବାଲିରେ ଲାଗିଥିଲା।
Comments are closed.