ଆମେ ୫୦୦ ରନ୍ କରି ବାଂଲାଦେଶକୁ ୫୦ ରନ୍ରେ ଅଲଆଉଟ କରିବାକୁ ଚେଷ୍ଟା କରିବୁ: ସର୍ଫରାଜ

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭର ୪୩ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ। ଉଭୟ ଦେଶର ଏହା କ୍ରିକେଟ ବିଶ୍ବକପର ଗ୍ରୁପ୍ ଷ୍ଟେଜର ଅନ୍ତିମ ମ୍ୟାଚ୍। ଯଦି ଏହି ମ୍ୟାଚରେ ପାକିସ୍ତାନ ୩୧୬ ରନ୍ କିମ୍ବା ତାଠୁ ଅଧିକ ରନରେ ହରାଇ ଦିଏ ତେବେ ସେମିଫାଇନାଲ ଖେଳିବାର ଆଶ ଅଛି ପାକିସ୍ତାନର। କିନ୍ତୁ ଚଳିତ ବିଶ୍ବକପରେ ବାଂଲାଦେଶ ଟିମ୍ ଯେଉଁ ପ୍ରକାର ଖେଳୁଛି କୌଣସି ଟିମ୍ ବାଂଲାଦେଶକୁ ହରାଇ ଦେବୁ କହି ମଇଦାନକୁ ଓହ୍ଲାଇ ପାରିବେ ନାହିଁ। କାହିଁକିନା ଚଳିତ ଥର ଦଳ ଭଲ ପ୍ରଦର୍ଶନ ଜାରି ରଖିଛି।
Sarfaraz Ahmed "we will try to score 500" #PAKvBAN #CWC19 pic.twitter.com/JPN3sQ5DR8
— Saj Sadiq (@Saj_PakPassion) July 4, 2019
ପାକିସ୍ତାନ ବାଂଲାଦେଶ ମ୍ୟାଚ ପୂର୍ବରୁ ଗଣମାଧ୍ୟମକୁ ସାକ୍ଷାତ କରି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି ଯେ, ୩୧୬ ରନ୍ ବହୁତ ବଡ଼ ଅଟେ। ଯଦି ପ୍ରଥମେ ବ୍ୟାଟିଂ କରି ୫୦୦ କିମ୍ବା ୬୦୦ ରନ୍ ସଂଗ୍ରହ କରି ପାରୁଛ ତେବ ଯାଇ ଏହା ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି ସର୍ଫରାଜ। ଏଥି ସହିତ ବାଂଲାଦେଶ ଟିମ୍କୁ ଆମେ ୫୦ ରନରେ ଅଲଆଉଟ କରିବାକୁ ଉଦ୍ୟମ କରିବୁ। ଆମ ହାତରେ ଏବେ ଆଉ କିଛି ନାହିଁ। ଆମ ହାତରେ ଏବେ ଯାହା ଅଛି ଆମେ ତାହା କରିବୁ ବୋଲି କହିଛନ୍ତି ସର୍ଫରାଜ। ଏଥି ସହିତ ଆମେ ପୂର୍ଣ୍ଣ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବୁ ଏବଂ ୫୦୦ ରନ୍ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ସର୍ଫରାଜ ଅହମ୍ମଦ।
ପାକିସ୍ତାନ ଯଦି ବାଂଲାଦେଶକୁ ଆଗାମୀ ମ୍ୟାଚରେ ହରାଇ ଦେଉଛି ତେବେ ବିଶ୍ବକପରେ ୧୧ ପଏଣ୍ଟ ହାସଲ କରିବ ପାକିସ୍ତାନ। ତେବେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନର ପଏଣ୍ଟ ସମାନ ରହିବ। ଏହାପରେ ରନ୍ରେଟ୍ କଥା ବିଚାରକୁ ନିଆଯିବ। ବର୍ତ୍ତମାନ ସ୍ଥିତିରେ ନ୍ୟୁଜିଲାଣ୍ଡ ଦଳର ରନ୍ରେଟ୍ +୦.୧୭୫ ଥିବାବେଳେ ପାକିସ୍ତାନର ରନ୍ ରେଟ୍ -୦.୭୯୨ ରହିଛି। ତେବେ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ଯଦି ପାକିସ୍ତାନ ବାଂଲାଦେଶ ବିପକ୍ଷ ମ୍ୟାଚରେ ବୃହତ ବ୍ୟବଧାନରେ ବିଜୟ ଳାଗ କରିବ ତଥା ୩୧୬ ରନରେ ବିଜୟୀ ହେବ ତେବେ ଯାଇ ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରି ପାରିବ। ବାଂଲାଦେଶ ଦଳ ଯେପରି ଖେଳ ପ୍ରଦର୍ଶନ କରୁଛି ସେଥିରୁ ସ୍ପଷ୍ଟ କିଏ ବି କହି ପାରିବେ ନି ବାଂଲାଦେଶ ଦଳ ଏତେ ବଡ଼ ବ୍ୟବଧାନରେ ପରାଜିତ ହେବ ବୋଲି। ଏଥି ସହିତ ପାକିସ୍ତାନ ପାଇଁ ଆଉ ଏକ ସମସ୍ୟା ରହିଛି। ଯଦି ପାକିସ୍ତାନ ପ୍ରଥମେ ବୋଲିଂ କରିବ ତେବେ କଦାପି ସେମିଫାଇନାଲକୁ ପ୍ରବେଶ କରି ପାରିବ ନାହିଁ। ବାଂଲାଦେଶ ତାର ଆଗାମୀ ମ୍ୟାଚରେ କେବଳ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନିଏ ତେବେ ପାକିସ୍ତାନ ଦଳ ମ୍ୟାଚ ଆରମ୍ଭରୁ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଯିବ।
Comments are closed.