ଘୁଗୁନି ବିକିଲେ ପଦ୍ମଶ୍ରୀ

ଭୁବନେଶ୍ବର: ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଗତକାଲି ବହୁ ଆନନ୍ଦର ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଥିଲା। ସେହିଭଳି ଘେଁସ ଅଞ୍ଚଳରେ ମଧ୍ୟ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଯାତ୍ରା ପରେ ଭିଡ଼ ଯମିଥିଲା ଘୁଘୁନି ଦୋକାନରେ। ସେ ଦୋକାନ ଆଉ କାହାର ନୁହଁ ନିଜ ସାଧାରଣ ଜୀବନ ଆଉ ନିଜର କବିତା ପାଇଁ ସୁଚର୍ଚ୍ଚିତ ବ୍ୟକ୍ତିତ୍ବ ପଦ୍ମଶ୍ରୀ ହଳଧର ନାଗଙ୍କର। ଦିନେ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଏହି ବ୍ୟକ୍ତି ଜଣକ ଅନ୍ୟ ଉପାୟ ନପାଇ ଘୁଗୁନି(ଚଣାତରକାରି) ବିକ୍ରି କରୁଥିଲେ । ଏହି ବ୍ୟବସାୟରୁ ନିଜର ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ନିଜର କବିତା ଯୋଗୁଁ ସଭାସମିତି, କବି ସମ୍ମିଳନୀରେ ବ୍ୟସ୍ତତା ଭିତରେ ହଳଧର ନାଗ ଏହି ବ୍ୟବସାୟ ଆଉ କରୁନାହାନ୍ତି।
ତେବେ ପବିତ୍ର ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଗ୍ରାହକଙ୍କ ଆଗ୍ରହ ଓ ପସନ୍ଦକୁ ସମ୍ମାନ ଜଣାଇ ଘୁଘୁନି ବିକ୍ରି କରନ୍ତି ହଳଧର। ଏହିକ୍ରମରେ ସେ ନିଜ ବାସଭବନରେ ଗୁରୁବାର ତଥା ପବିତ୍ର ରଥଯାତ୍ରା ଦିନ ଶ୍ରୀ ନାଗ ନିଜ ହାତରନ୍ଧା ଚଣା ଝୋଳ ବା ଘୁଘୁନି ବିକ୍ରି କରିଛନ୍ତି। ଶହ ଶହ ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ସୁଆଦିଆ ଚଣାଝୋଳ କିଣିଛନ୍ତି । ଗୁରୁବାର ସେ ଚଣା ବତୁରେଇ ଝୋଳ ପ୍ରସ୍ତୁତ କରିଥିଲେ । ସେ ପାଖାପାଖି 4ହଜାର ଟଙ୍କାର ବିକ୍ରି କରିଥିବା ଜଣାପଡ଼ିଛି। ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ତିଆରି ଏହି ତରକାରୀରେ ବଟା ମସଲା, ହଳଦୀ ବ୍ୟବହାର ହୋଇଥାଏ । ତେଣୁ ଚାରି ଦଶନ୍ଧି ତଳେ ଏହାର ସ୍ୱାଦ ଯେଭଳି ଥିଲା, ଆଜି ବି ସେୟା ଅଛି ବୋଲି ଗ୍ରାହକ କହନ୍ତି।
Comments are closed.