୧୭ମାସର ଶିଶୁ କନ୍ୟାକୁ ସଂପର୍କୀୟ କକାର ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକେ।
Comments are closed.