Odisha Link
Bridging the Missing Links in Odisha

ବଢ଼ିଲା +୨ ନାମଲେଖା ଅବଧି

ଭୁବନେଶ୍ୱର: +୨ ନାମଲେଖାର ଅବଧି ବଢ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।
ଆଗରୁ ଜୁଲାଇ ୩ ତାରିଖରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା, ଯାହା ଆଜି ସରୁଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଏହି ଅବଧିକୁ ଆହୁରି ୨ ଦିନ ବଢ଼ାଇ ଦେଇଛି ଗଣଶିକ୍ଷା ବିଭାଗ। ତେବେ ୭ ତାରିଖ ରବିବାର ପଡୁଥିବାରୁ ୮ ଓ ୯ ତାରିଖରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି କୁହାଯାଇଛି।

Comments are closed.