୧୦୭ ବିଧାୟକ ବିଜେପି ପାଖରେ ଅଛନ୍ତି- ୟେଦୁରପ୍ପା
କର୍ଣ୍ଣାଟକ: ଦିନକୁ ଦିନ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି। କେଉଁ ମୁହୁର୍ତ୍ତରେ କଣ ହେବ କେହି କିଛି କହି ପାରୁନାହାନ୍ତି। ଏମଧ୍ୟରେ ଜେଡିଏସ-କଂଗ୍ରେସର ମେଣ୍ଟ ସରକାରକୁ କୌଣସି ବିପଦ ନଥିବା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି। ଅପରପକ୍ଷେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିଜର ପ୍ରତିକ୍ରିୟା ଦେଇଛନ୍ତି। ୟେଦୁରପ୍ପା କହିଛନ୍ତି ଯେ, ଦୁଇଜଣ ସ୍ୱାଧୀନ ବିଧାୟକ ରାଜ୍ୟପାଳଙ୍କୁ ପତ୍ରଲେଖି ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି। ଫଳରେ ବିଜେପି ପାଖରେ ଏବେ ୧୦୭ ବିଧାୟକଙ୍କ ସମର୍ଥନ ରହିବ । କୁମାରସ୍ୱାମୀଙ୍କ ପାଖରେ ବହୁମତ ନାହିଁ । କିନ୍ତୁ ସରକାର ସୂଚାର ରୂପେ କାମ କରିବେ ବୋଲି ସେ କହୁଛନ୍ତି। ଜନତା ସବୁ ଦେଖୁଛନ୍ତି । ବିଜେପି ଏବେ କେବଳ ଅପେକ୍ଷା କରିଛି ।
କର୍ଣ୍ଣାଟକର ସ୍ୱାଧୀନ ବିଧାୟକ ଯାହାଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରାଯାଇଥିଲା, ସେ ଏବେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି । ସେ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ସାମିଲ ହେବା ପାଇଁ ମୁମ୍ବାଇ ଯାଇଛନ୍ତି । ଅପରପକ୍ଷେ ବିଦ୍ରୋହୀ ବିଧାୟକଙ୍କ ପାଇଁ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ହେଇଛନ୍ତି । ଅତିଶୀଘ୍ର କ୍ୟାବିନେଟର ପୁନର୍ଗଠନ ହେବ ବୋଲି କୁମାରସ୍ୱାମୀ ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି।
Comments are closed.