ବିଶ୍ବକପ୍ ସେମିଫାଇନାଲ : ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି
ମାଞ୍ଚେଷ୍ଟର୍: କ୍ରିକେଟ ବିଶ୍ବକପ୍ ୨୦୧୯ର ଆଜି ହେଉଛି ପ୍ରଥମ ସେମିଫାଇନାଲ। ଏହି ହାଇଭୋଲଟେଜ ମୁକାବିଲାରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଛି। ଫଳରେ ବିରାଟବାହିନୀକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ। ଫାଇନାଲ ଟିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ। ଆଜି ମାଞ୍ଚେଷ୍ଟରରେ ମେନ୍ ଇନ୍ ବ୍ଲୁ ଏବଂ ମେନ୍ ଇନ୍ ବ୍ଲାକ୍ ମଧ୍ୟରେ ଦେଖିବାକୁ ମିଳିବ କଡ୍ଡା ଟକ୍କର।
ଉଭୟ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ଦଳ ଗୋଟାଏ ଲେଖାଏଁ ଖେଳାଳି ଅଦଳବଦଳ କରିଛନ୍ତି। ଟିମ୍ ଇଣ୍ଡିଆର କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚାହାଲ ଟିମରେ ସ୍ଥାନ ପାଇଛନ୍ତି। ଅପରପକ୍ଷେ ଲୁକି ଫର୍ଗୁସନ ନ୍ୟୁଜିଲାଣ୍ଡ ଟିମରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେ ଏଲ ରାହୁଲ, ଋିଷଭ ପନ୍ଥ, ମହେନ୍ଦ୍ର ସିଂ ଧୋନି, ଦିନେଶ କାର୍ତ୍ତିକ, ରବିନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡିଆ, ୟୁଜବେନ୍ଦ୍ର ଚାହାଲ, ଭୁବନେଶ୍ବର କୁମାର, ଜଶପ୍ରିତ୍ ବୁର୍ମା
ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ବିଲମସନ୍(ଅଧିନାୟକ), ମାର୍ଟିନ ଗୁପ୍ଟିଲ, ହେନରି ନିକୋଲାସ, ରସ୍ ଟେଲର, ଟମ୍ ଲାଥମ, ଜେମ୍ସ ନିଶାମ୍, କଲିନ ଡେ ଗ୍ରାଣ୍ଡହୋମ୍, ମିଚେଲ ସ୍ୟାଣ୍ଟନର, ମ୍ୟାଟ୍ ହେନରି, ଲୁକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ
Comments are closed.