ଦୌଡ଼ରାଣୀ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଦୂତୀ ଚାନ୍ଦ ପୁଣିଥରେ ବିଶ୍ୱ ସ୍ତରରେ ଦେଶ ପାଇଁ ସୁନାମ ଆଣିଛନ୍ତି। ଇଟାଲିର ନାପୋଲିଠାରେ ବିଶ୍ୱ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଜଣେ ବିରଳ ପ୍ରତିଭାବାନ ଆଥଲେଟଙ୍କ ଅନନ୍ୟ ସଫଳତା ବୋଲି ମୋଦି ଟ୍ୱିଟ୍ କରିଛନ୍ତି। ମହିଳା ୧୦୦ ମିଟର ଦଉଡ଼ରେ ନିଜର କମାଲ ଦେଖାଇ କଠିନ ବିଜୟ ହାସଲ କରିଛନ୍ତି ।ଦୂତି ଭାରତକୁ ଗୌରାବନ୍ନିତ କରିଛନ୍ତି ବୋଲି ମୋଦି ଲେଖିଛନ୍ତି।
ଦୂତି ସେଠାରେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦଉଡ଼ରେ କମାଲ ଦେଖାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ହେଉଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ।
Comments are closed.