ବିଶ୍ବକପକୁ ନେଇ କାହା ଭବିଷ୍ୟବାଣୀ ସତ ହେଲା ଜାଣନ୍ତୁ…..

ଭୁବନେଶ୍ବର: ୨୦୧୯ ବିଶ୍ବକପ୍ ଟ୍ରଫି କିଏ ହାତେଇବ ସେ ନେଇ ପୁରାତନ ଖେଳାଳି ଏବଂ କ୍ରିକେଟ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିଥିଲେ। ସମସ୍ତଙ୍କୁ ପଛରେ ପକାଇ ଜଣେ ପୁରାତନ ଖେଳାଳୀଙ୍କ ଭବିଷ୍ୟବାଣୀୀ ସତ ହୋଇଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ସେ ଜୁନ୍ ୨୭ ତାରିଖରେ କହିଥିଲେ ଯେ, ଯେଉଁ ଦଳ ଭାରତକୁ ହରାଇବ ସେହି ଦଳ ବିଶ୍ବକପ୍ ହାତେଇବ। ତାଙ୍କ ମତ ଅନୁସାରେ ମଧ୍ୟ ଉଭୟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ ଭାରତକୁ ପରାସ୍ତ କରିଥିଲେ। ଗ୍ରୁପ୍ ଷ୍ଟେଜ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଦଳ ହରାଇଥିବା ବେଳେ ସେମିଫାଇନାଲ ମ୍ୟାଚରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଦଳ ଫାଇନାଲକୁ ଉତିନ୍ନ ହୋଇଥିଲା। ଏଣୁ ଭାରତକୁ ହରାଇଥିବା ଏହି ଦୁଇ ଟିମ୍ ମଧ୍ୟରୁ ଗୋଟିଏ ବିଶ୍ୱକପ୍ ହାତେଇବ।
Will stick to it … Whoever beats India will WIN the World Cup … !!! #CWC19
— Michael Vaughan (@MichaelVaughan) June 27, 2019
ଲିଗ୍ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହୋଇ ପାରି ନଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍ ହୋଇ ପାରି ନଥିବା ବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରି ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏହି ପର୍ଯ୍ୟାୟରେ ଭାରତ ୩୧ ରନ୍ରେ ଇଂଲଣ୍ଡଠାରୁ ହାରିଥିଲା ଲିଗ୍ ମ୍ୟାଚ୍ରେ ଭାରତ ୧୨୫ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ହରାଇବା ପରେ ଭନ୍ ଟ୍ୱିଟ୍ କରି କହିଥିଲେ,“ମୁଁ ଏବେ ବି ମୋ ମତରେ କାଏମ ରହିଛି….। ଯିଏ ଭାରତକୁ ହରାଇବ, ସେ ବିଶ୍ୱକପ୍ ଜିତିବ।” ଏହା ପରେ ଜୁନ୍ ୩୦ରେ ଭାରତକୁ ଇଂଲଣ୍ଡ ହରାଇଥିଲା।
Comments are closed.