ଭାରତ-ପାକିସ୍ତାନ ମ୍ୟାଚର ବଲ ୧.୫ ଲକ୍ଷରେ ନିଲାମ ହେଲା

ନୂଆଦିଲ୍ଲୀ: ଆଉ ୨ ଦିନ ପରେ କ୍ରିକେଟ ମହାକୁମ୍ଭ ସମାପ୍ତ ହେବ। କିନ୍ତୁ ଛାଡ଼ିଯିବ ଅନେକ ସ୍ମୃତି ଓ ଅନୁଭୂତି। କ୍ରିକେଟ ପ୍ରେମୀ ବିଶ୍ବକପର ସ୍ମୃତିକୁ ତାଜା କରିବା ପାଇଁ ଆପଣାଇଥାନ୍ତି ବହୁତ ଉପାୟ। କିଏ ବିଶ୍ବକପର ସ୍ମୃତିକୁ ମନେ ରଖିବା ପାଇଁ ଫଟୋ ଉଠେଇଥାଆନ୍ତି ଆଉ କେହି କେହି ନିଜ ମନ ପସନ୍ଦର ଖେଳାଳିଙ୍କ ଅଟୋଗ୍ରାଫ୍ ନେଇଥାନ୍ତି। ଏସବୁକ ଦୃଷ୍ଟିରେ ରଖି ଆଇସିସି କ୍ରିକେଟ ପ୍ରେମୀଙ୍କ ପାଇଁ ବିଶ୍ବକପରେ ଖେଳାଯାଇଥିବା ବ୍ୟାଟ ବଲ୍ ବିକ୍ରି କରୁଛି। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କ୍ରିକେଟ ପ୍ରେମୀ। ତେବେ ବର୍ତ୍ତମାନ ସୁଦ୍ଧା ବିକ୍ରି ହୋଇଥିବା ବ୍ୟାଟ ବଲ୍ ମଧ୍ୟରୁ ଭାରତ-ପାକିସ୍ତାନ ମ୍ୟାଚରେ ଖେଳାଯାଇଥିବା ବଲଟି ଅଧିକ ଦାମରେ ବିକ୍ରି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବ୍ୟବହାର ହୋଇଥିବା ବଲକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି | ଖେଳ ସରିବାର ମାତ୍ର କିଛି ସମୟ ମଧ୍ୟରେ ଏହି ବଲ ବିକ୍ରି ହୋଇଯାଇଛି।
ଏହା ପରେ ବି ଏହି ମ୍ୟାଚକୁ ମନେରଖିବା ପାଇଁ କ୍ରିକେଟ ପ୍ରେମୀ ଏହି ମ୍ୟାଚରେ ଖେଳାଯାଇଥିବା ବଲକୁ କିଣିଛନ୍ତି। ଆଇସିସି OfficialMemorabilia.com (ମେମୋରାବିଲିଆ ୱେବସାଇଟ) ମାଧ୍ୟମରେ ଏହି ବଲକୁ ବିକ୍ରି କରିଛି | ଏହି ଓ୍ବେବସାଇଟ ମାଧ୍ୟରେ କ୍ରିକେଟ ପ୍ରେମୀ ନିଜ ମନ ପସନ୍ଦିଆ ବ୍ୟାଟ, ବଲ କରଇଥାନ୍ତି। ସ୍ବତନ୍ତ୍ର ଭାବେ କ୍ରିକେଟପ୍ରମେୀ କିଭଳି ଏପ୍ରକାର ସୁବିଧା ପାଇବେ ସେଥିପାଇଁ OfficialMemorabilia.com ର ବ୍ୟବହାର କରୁଛି।
Comments are closed.