Odisha Link
Bridging the Missing Links in Odisha

ପ୍ରେମିକ ପାଇଁ ମଧ୍ୟପ୍ରଦେଶରୁ ନୟାଗଡ଼ରେ ପହଞ୍ଚିଲେ ଯୁବତୀ

ରଣପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ଅଣ-ଓଡ଼ିଆ ଆଦିବାସୀ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ସମ୍ପର୍କ ରଖିବା ପରେ ଯୁବକ ଚମ୍ପଟ ମାରିଥିବା ଅଭିଯୋଗ। ଏ ନେଇ ଯୁବତୀ ଜଣକ ରଣପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ ମଧ୍ୟପ୍ରଦେଶ ଧନ ଗାଁ ଅଞ୍ଚଳ ର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀ ଛତିଶଗଡ଼ ରାୟପୁର ର ଏକ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ।

ଏହି କମ୍ପାନୀରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ମଧ୍ୟ ଜଣେ ଯୁବକ କାମ କରୁଥିଲେ। ଯୁବକ ନିଜ ନାମ କାହ୍ନା ରାଜପୁତ କହି ଯୁବତୀ ଜଣକୁ ବିବାହର ପ୍ରଲୋଭନ ଦେଖାଇ ୨ ବର୍ଷ ହେବ ସମ୍ପର୍କ ରଖିଥିଲେ। ଏବଂ ଗତ ୬ ମାସ ହେବ ନିଜ ଗାଁକୁ ଚାଲି ଆସିଥିଲେ। ମାତ୍ର ପିଡିତା ଜଣକ କୌଣସି ସୂତ୍ରରୁ ଖବର ପାଇ ଯୁବକଙ୍କ ଗାଁରେ ପହଞ୍ଚି ବିବାହ କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକ ଜଣକ ଅରାଜି ହୋଇଥିଲେ। ତେଣୁ ପିଡିତା ଯୁବତୀ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପିଡିତାଙ୍କୁ ଏକ ସର୍ଟଷ୍ଟେ ହୋମ ରେ ରଖା ଯିବ ବୋଲି କହିଛନ୍ତି ରଣପୁର ଆଇଆଇସି।

Comments are closed.