ସଂସଦରେ ଝାଡୁ ମାରିଲେ ସାଂସଦ

ନୂଆଦିଲ୍ଲୀ: ସାଂସଦ ପରିସରରେ ଓ ବାହାରେ ଝାଡୁ ମାରିଲେ ସାଂସଦ। ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏ କଥା ସତ। ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସାଂସଦ ପରସିସରରେ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି।
Participated in the cleanliness drive organised by the Lok Sabha Speaker pic.twitter.com/GuIulQ274K
— Hema Malini (@dreamgirlhema) July 13, 2019
ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦ ସଂସଦ ଭବନର ସ୍ୱଚ୍ଛତା ଅଭିଯାନରେ ଅଂଶ ଗ୍ରହଣ କରିବେ ବୋଲି ଗତ ଶୁକ୍ରବାର ଲୋକସଭା ସଚିବାଳୟରେ ସୂଚନା ଦିଆଯାଇଥିଲା। ଏନେଇ ବିଜେପି ସାଂସଦ ହେମା ମାଳିନୀ କହିଛନ୍ତି ଯେ,“ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସଂସଦ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଂପୂର୍ଣ୍ଣ କରିବା ପାଇଁ ଲୋକସଭା ବାଚସ୍ପତି ନେଇଥିବା ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ମୁଁ ଆସନ୍ତା ସପ୍ତାହରେ ମଥୁରା ଯାଇ ଏହି ଅଭିଯାନକୁ ଆଗକୁ ବଢ଼ାଇବି।” ଏଥି ସହିତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ନିଜ ଟୁଇଟର ପେଜରେ ସ୍ୱଚ୍ଛତା ଅଭିଯାନର କିଛି ଦୃଶ୍ୟ ସେୟାର କରିଛନ୍ତି।
लोकसभा अध्यक्ष श्री ओम बिडलाजी द्वारा आयोजित स्वच्छता अभियान में भाग लिया । pic.twitter.com/E3pyqGrnCN
— Pratap Sarangi (@pcsarangi) July 13, 2019
Comments are closed.