କର୍ଣ୍ଣାଟକ ରାଜନୀତି: କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି
ବେଙ୍ଗାଲୁରୁ: ଦିନକୁ ଦିନ ଜଟିଳ ହେଉଛି କର୍ଣ୍ଣାଟକ ରାଜନୀତି। ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିଜେପି। କର୍ଣ୍ଣାଟକାର ବିଜେପି ବିଧାୟକ ଗୋଷ୍ଠୀ ଆଜି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏଥି ସହିତ ଯଥାଶୀଘ୍ର ଗୃହରେ ମୁଖ୍ୟମନ୍ତ୍ରୀ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି। ଯଦି କୁମାରସ୍ୱାମୀ ଗୃହରେ ବହୁମତ ସାବ୍ୟସ୍ତ ନକରନ୍ତି, ତାହାଲେ ବିଧାନସଭା କାର୍ଯ୍ୟରେ ବିଜେପି ବିଧାୟକ ବାଧାପ୍ରାପ୍ତ କରିବେ ବୋଲି ଆଜି ବିଜେପି ଘୋଷଣା କରିଛି।
ଅନ୍ୟପଟେ ମେଣ୍ଟ ସରକାରରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ କର୍ଣ୍ଣାଟକା କଂଗ୍ରେସ ବିଧାୟକ ଦଳ ବୈଠକ କରୁଛନ୍ତି ଭିଭନତା ହୋଟେଲରେ। କିନ୍ତୁ ଏହି ବୈଠକରେ ବିଦ୍ରୋହୀ ବିଧାୟକ ମାନେ ଯୋଗ ଦେଇ ନଥିବା ଖବର ଆସିଛି।
Comments are closed.