Odisha Link
Bridging the Missing Links in Odisha

ବ୍ରାଉନସୁଗାର ବ୍ୟବସାୟୀ ଛୋଟାର ବେଆଇନ ଘର ଉଚ୍ଛେଦ

ଖୋର୍ଦ୍ଧା : ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଛୋଟା ଉକ୍ତ ସରକାରୀ ଜାଗାରେ ୧୪ ବଖରା ସହ ସୁଇମିଂ ପୁଲ ନିର୍ମାଣ କରିଥିଲେ। ଏହାର ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ତେବେ ଉକ୍ତ ଘରକୁ ଭଙ୍ଗା ଯିବା ସହ ସୁଇମିଂ ପୁଲକୁ ପୋତାଯାଉଛି।

ସୂଚନା ଅନୁସାରେ, ଛୋଟା ଉକ୍ତ ଘରୁ ବ୍ରାଉନସୁଗାର ବ୍ୟବସାୟ ଚଳାଉଥିଲେ। ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ସହ ନୟାଗଡ଼ ଜିଲାର ଅନେକ ସ୍ଥାନକୁ ଏଠାରୁ ବ୍ରାଉନସୁଗାର କାରବାର ହେଉଥିଲା। ଗତ କିଛି ଦିନ ତଳେ ଛୋଟା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏବେ ସେ ଖୋର୍ଦ୍ଧା ସବ୍‌ଜେଲରେ ଅଛନ୍ତି।

Comments are closed.