ମା’କୁ ହତ୍ୟାକଲା ପୁଅ
![](https://www.odishalink.com/wp-content/uploads/2019/07/murder2222.jpg)
ଆଠଗଡ଼ : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ସେ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କଖଡ଼ି ବଜାର ସାହିରେ ରହୁଥିବା ସାବି ତାଙ୍କ ପୁତୁରାଙ୍କ ବିବାହରେ ଯୋଗଦେବାକୁ ଗୋପୀନାଥ ପଡ଼ା ଯାଇଥିଲେ। ପ୍ରକାଶ ମଧ୍ୟ ତାଙ୍କ ସହିତ ଯାଇଥିଲେ। ସେଠାରେ କୌଣସି ଘରୋର କଥାକୁ ନେଇ ମା’, ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ପ୍ରକାଶ ହଠାତ୍ ଏକ ଟାଙ୍ଗିଆରେ ସାବିଙ୍କୁ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।
Comments are closed.