ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ଏକ ବଡ଼ ଅଘଟଣ ଘଟିଛି। ମୁମ୍ବାଇର ଡୋଙ୍ଗ୍ରିରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଚାପି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରପିଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ତେବେ ସଂକୀର୍ଣ୍ଣ ତଥା ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଭୁଶୁଡ଼ି ପଡ଼ିଥିବା କୋଠାଟି ପ୍ରାୟ ୮୦ ବର୍ଷର ପୁରୁଣା ବୋଲି ସୂଚନା ରହିଛି।
Comments are closed.