ସମାଲୋଚକଙ୍କୁ ଜବାବ ଦେଲେ ଦୂତି

ନୂଆଦିଲ୍ଲୀ: ଭାରତର ୧ ନମ୍ବର ଧାବିକା ଦୂତି ଚାନ୍ଦ ଖେଳ ତୁଳନାରେ ଅଧିକ ବିବାଦ ଘେରରେ ରହିଛନ୍ତି। ହରମନ ବିବାଦ ହେଉବା ସମଲିଙ୍ଗୀ ସମ୍ପର୍କକୁ ନେଇ ସଦାବେଳେ ବିବାଦ ଘେରରେ ରହି ଆସିଛନ୍ତି ଦୂତି। ଯାହାଫଳରେ ଅନେକ ସମୟରେ ଦୂତିଙ୍କୁ ସମାଲୋଚନା ହେବାକୁ ପଡ଼ିଥାଏ। କିନ୍ତୁ ହାର ମାନି ନାହାନ୍ତି ଦୂତି। ସେ ଯାହା ହେଉଛି ହେଉ ପଛେ ଟ୍ରାକରେ ପରାଜୟ ସ୍ବୀକାର କରି ନାହାନ୍ତି ଦୂତି। ଓଡ଼ିଶାର ଝିଅ ଦୂତି ଚାନ୍ଦ ନିକଟରେ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଦେଶର ଗୌରବ ବଢ଼ାଇଛନ୍ତି। ସେ ସ୍ୱର୍ଣ୍ଣପଦକ ସହିତ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ପଦକ ବିରୋଧୀମାନଙ୍କୁ ଏହା କଡ଼ା ଜବାବ। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ବିଜୟୀ ହେବାରେ ଦୂତି ପ୍ରଥମ ଖେଳାଳି।
୨୩ ବର୍ଷୀୟ ଦୂତି ଚାନ୍ଦ ଇଟାଲିରେ ଆୟୋଜିତ ୟୁନିଭରସିଟି ଗେମ୍ସରେ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ। ସେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ରେକର୍ଡ କରିଥିଲେ। ମାତ୍ର ୨୦୦ ମିଟର ଦୌଡ଼ରେ ହାତରୁ ପଦକ ଖସାଇ ଦେଇଥିଲେ। ସ୍ୱଦେଶ ଫେରିବା ପରେ ଦୂତି ଗଣମାଧ୍ୟମକୁ କହିଛନ୍ତି, ଯେଉଁ ବ୍ୟକ୍ତିମାନେ ନିଜର ବ୍ୟକ୍ତିଗତ ମାମଲା ନେଇ ବୟାନ ଦେଉଥିଲେ, ସେମାନଙ୍କୁ କଡ଼ା ଜବାବ ମିଳିଛି।
Comments are closed.