ପ୍ରଧନାମନ୍ତ୍ରୀ କିଷାନ ଯୋଜନା: ୩୦ ଲକ୍ଷ ଚାଷୀଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ୩୦ ଲକ୍ଷ ଚାଷୀଙ୍କ ନାମ ପ୍ରଧନାମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁୁ ପଠାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚାଷୀଙ୍କ ତାଲିକା ପଠାଯାଇଥିବା ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଥାଉକି, ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇବା ସହ ଏହି ଯୋଜନାରେ କେନ୍ଦ୍ରକୁ କାହିଁକି ତାଲିକା ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ।
ସେ କହିଥିଲେ ଯେ, କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଗଲା। ୩ଲକ୍ଷ ଭାଗଚାଷୀଙ୍କୁ ମଧ୍ୟ ସହାୟତା ଦିଆଯାଉଥିବା ସରକାର କହୁଛନ୍ତି। ତେବେ କେଉଁ ଆଧାରରେ ଭାଗଚାଷୀଙ୍କୁ ଗଣନା କରାଗଲା ସେ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଥିଲେ।
Comments are closed.