ରାଜଧାନୀରେ ବୁଲେଟ୍ ଅପରେସନ୍

ଭୁବନେଶ୍ୱର : ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ୍ ଚାଳକ ଉପରେ ଟ୍ରାଫିକ ପୁଲିସ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କମିଶନରେଟ୍ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ୍ ଆରମ୍ଭ ହୋଇଛି।
ଗତକାଲି ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟ୍କୁ ପୁଲିସ୍ ଜବତ କରିଛି। ସେସବୁ ବୁଲେଟ୍ର ସାଇଲେନ୍ସର୍କୁ ପୁଲିସ୍ କାଢ଼ି ଦେଇଛି। ଏଥିସହ ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି ନ କରିବାକୁ ତାଗିଦ କରାଯାଇଛି।
ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡକୁ ନେଇ ଦୁର୍ଘଟଣା ଘଟିବା ସହ ଯାତାୟତରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅଭିଯୋଗ ହେବା ପରେ ଟ୍ରାଫିକ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଉଥିଲା। ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
Comments are closed.