ପାକିସ୍ତାନ ଭାରତ ପାଇଁ ଖୋଲିଲା ଏୟାରସ୍ପେସ୍

ନୂଆଦିଲ୍ଲୀ: ୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍ ଖୋଲିଲା ପାକିସ୍ତାନ। ବାଲାକୋଟ୍ ଏୟାରଷ୍ଟ୍ରାଇକ ପରେ ନିଜର ଏୟାରସ୍ପେସ୍ ଭାରତ ପାଇଁ ବନ୍ଦ ରଖଇଥିଲା ପାକିସ୍ତାନ। ଏନେଇ ପାକିସ୍ତାନ ସିଭିଲ୍ ଏବିଏସେନ ଅଥରିଟି ଦ୍ୱାରା ଏକ ନୋଟିସ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ତତ୍କାଳ ପ୍ରଭାବରେ ପାକିସ୍ତାନ ଏୟାରସ୍ପେସ ସମସ୍ତ ପ୍ରକାର ନାଗରିକ ଯାତାୟତ ପାଇଁ ଖୋଲାଯାଇଛି। ପାକିସ୍ତାନର ଏହି ନିଷ୍ପତ୍ତିରେ ଏୟାର ଇଣ୍ଡିଆକୁ ବଡ ଲାଭ ମିଳିପାରିବାର ଆଶଙ୍କା ରହିଛି। ପାକିସ୍ତାନୀ ଏହାରସ୍ପେସ୍ ବନ୍ଦ ହେବା ଦ୍ୱାରା ଏୟାରଇଣ୍ଡିଆର ପ୍ରାୟ ୪୯୧ କୋଟିର କ୍ଷତି ହୋଇଛି।
Pakistan Civil Aviation Authority issues notice to airmen (NOTAM), states "with immediate effect Pakistan airspace is open for all type of civil traffic on published ATS (air traffic service) routes". pic.twitter.com/UMuOnK3WSg
— ANI (@ANI) July 16, 2019
୧୪ ଫେବୃୟାରୀରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା। ଏହି କାରଣରୁ ନିଜର ଏୟାରସ୍ପେସକୁ ବନ୍ଦ କରିଥିଲା ପାକିସ୍ତାନ।
Comments are closed.