ହାଇଟେକ୍ ଜମି ମାମଲା : କ୍ଷତିଗ୍ରସ୍ତଙ୍କୁ ମିଳିବ ଜମା ଟଙ୍କା

କଟକ : ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ ଜମାକାରୀଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇ ଦେବାକୁ କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମ୍ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାଇଟଟେକ୍ କମ୍ପାନୀ ମୁଖ୍ୟ ତିରୁପତି ପାଣିଗ୍ରାହୀ ଓ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଟଙ୍କା ସୁପ୍ରିମକୋର୍ଟଙ୍କ ନିକଟରେ ଜମା ରଖାଯାଇଥିଲେ। ତେବେ ଏହି ଟଙ୍କାକୁ କ୍ଷତିଗ୍ରସ୍ତଙ୍କୁ ଫେରାଇବାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଉକ୍ତ ଟଙ୍କା କଟକ ସ୍ୱତନ୍ତ୍ର ଚିଟଫଣ୍ଡ୍ କୋର୍ଟଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା।
Comments are closed.