କର୍ଣ୍ଣାଟକ ରାଜନୀତି: ବାଚସ୍ପତି ନେବେ ବିଦ୍ରୋହୀ ବିଧାୟକଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ, ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ ବୋଲି କୋର୍ଟ କହିଛନ୍ତି। ତେବେ ବିଦ୍ରୋହୀ ବିଧାୟକ କାଲି ଅନାସ୍ଥା ପ୍ରସ୍ତାବ ବେଳେ ଗୃହରେ ଉପସ୍ଥିତ ରହିବେ। ଏ ନେଇ ସେମାନଙ୍କ ଉପରେ କୌଣସି ଚାପ ପକାଯାଇପାରିବ ନାହିଁ ଓ ନିଷ୍ପତ୍ତି ନେବାରେ ସେମାନେ ସ୍ୱାଧିନ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାଲି କର୍ଣ୍ଣାଟକ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ।
ତେବେ ଏ ବାବଦରେ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେ ସମ୍ପର୍କରେ ଜଣାଇବାକୁ ବି କୋର୍ଟ କହିଛନ୍ତି। ଜେଡିଏସ-କଂଗ୍ରେସ ମେଂଟ ସରକାରରରୁ ୧୫ ବିଧାୟକଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ଏହାକୁ ନେଇ ବିଜେପି-ଓ ଶାସକ ମେଂଟ ମୁହାଁମୁହିଁ ହୋଇଛନ୍ତି।
Comments are closed.