କଣ ବିରାଟ କୋହଲିଙ୍କୁ ଛାଡ଼ିବାକୁ ପଡିବ ଦିନିକିଆ ଅଧିନାୟକ ପଦ? ଏ ନେଇ କଣ କହିଲେ ବିସିସିଆଇର ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍ ଇତି ମଧ୍ୟରେ ଶେଷ ହୋଇସାରିଛି। ଇଂଲଣ୍ଡ ଦଳ ପ୍ରଥମ ଥର ବିଶ୍ବକପ୍ ବିଜୟୀ ହୋଇଛି। ଟିମ୍ ଇଣ୍ଡିଆ ସେମିଫାଇନାଲରେ ପରାଜିତ ହୋଇ ବିଶ୍ବକପରୁ ବାଦ ପଡିଥିଲା। ଟିମ୍ ଇଣ୍ଡିଆ ବିଶ୍ବକପରୁ ବିଦାୟ ନେଲା ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଦିନିକିଆ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କଠୁ ଦାୟିତ୍ବ ନିଆଯାଇ ରୋହିତ ଶର୍ମାଙ୍କୁ ଦିଆଯିବ ବୋଲି ସୋଶିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀଙ୍କ ପ୍ରତିକ୍ରିୟା ଆସିଛି। ଅଧିକାରୀଙ୍କ କହିବା ମୁତାବିକ ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦ ଦିଆଯାଇ ପାରେ ବୋଲି କହିଛନ୍ତି। ପୂର୍ବଭଳି ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲି ରହିବେ ବୋଲି ଅଧିକାରୀ ଜଣକ କହିଛନ୍ତି।
ଏକ ଗଣମାଧ୍ୟମ ଏଜେନ୍ସିକୁ ଅଧିକାରୀ ଜଣକ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭଲ ଦଳ ଗୋଟିଏ ବିଶ୍ବକପ୍ ସରିବା ପରେ ଆଗକୁ ଆସୁଥିବା ବିଶ୍ବକପ୍ ପାଇଁ ନିଜର ପ୍ରସ୍ତୁତି କରିଥାଏ। ଯାହାର ଉଦାହରଣ ଇଂଲଣ୍ଡ ବୋଲି ସେ କହିଛନ୍ତି। ଆଗାମୀ ବିଶ୍ବକପକୁ ଧ୍ୟାନରେ ରଖି ରୋହିତ ଶର୍ମାଙ୍କୁ କ୍ରିକେଟର ସଟ୍ ଫର୍ମାଟର ଅଧିନାୟକ କରାଯିବାର ବିଚାର କରାଯାଇ ପାରେ। ବିରାଟ କୋହଲି ଟେଷ୍ଟ ମ୍ୟାଚରେ ଅଧିନାୟକ ପଦ ବଜାୟ ରଖିବେ। ଏବେ ସଠିକ୍ ସମୟକି ରୋହିତ ଶର୍ମା ଦିନିକିଆ ଫର୍ମାଟରେ ଅଧିନାୟକ ପଦ ସମ୍ଭାଳିବାର ଏବଂ ମାନସିକ ରୂପରେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଅଧିକାରୀ ଜଣକ କହିଛନ୍ତି।
ଟିମ୍ ଇଣ୍ଡିଆ ମୁଖ୍ୟ ଚୟନ କର୍ତ୍ତା ଏମ୍. ଏସ୍. ପ୍ରସାଦ, ଅଧିକାୟକ ବିରାଟ କେହାଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ଏକ ରିଭ୍ୟୁ ମିଟିଙ୍ଗ ଆୟୋଜନ କରିବ ସିଓଏ। ଏହି ରିଭ୍ୟୁ ମିଟିଙ୍ଗର ଲିଡ଼ କରିବେ ସିଓଏର ଅଧ୍ୟକ୍ଷ ବିନୋଦ ରାୟ। ଏହି ମିଟଙ୍ଗରେ ଚୟନ କର୍ତ୍ତା, ଅଧିନାୟକ ଏବଂ କୋଚଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବାକୁ ପଡିପାରେ ମଧ୍ୟ। ସୂଚନାଥାଉକି, ଏହି ରିଭ୍ୟୁ ମିଟିଙ୍ଗ ଅତିଶୀଘ୍ର ହେବ ବୋଲି ସୂଚନା ରହିଛି।
Comments are closed.