ଜୁଲାଇ ୨୨ରେ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ: ଇସ୍ରୋ
ନୂଆଦିଲ୍ଲୀ: ସ୍ଥଗିତ ଥବା ଚନ୍ଦ୍ରାୟନ-୨ର ଉତକ୍ଷେପଣ ଜୁଲାଇ ୨୨ରେ ହେବ। ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ଗୁରୁବାର ଦିନ କରାଯିବ ବୋଲି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ୍ ଘୋଷଣା କରିଛି। ଜୁଲାଇ ୧୫ ତାରିଖରେ ଉତ୍କ୍ଷେପଣର ୫୬ ମିନିଟ୍ ପୂର୍ବରୁ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବା କାରଣରୁ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା।
Chandrayaan 2 is ready to take a billion dreams to the Moon — now stronger than ever before! Join us for the launch on Monday — 22 July, 2019 — at 2:43 PM IST.
#Chandrayaan2 #GSLVMkIII #ISRO pic.twitter.com/4ybFcHNkq6— ISRO (@isro) July 18, 2019
ଇସ୍ରୋ ଟୁଇଟ୍ କରିଛି: ଜୁଲାଇ ୧୫, ୨୦୧୯ରେ ବୈଷୟିକ ତ୍ରୁଟି ଯୋଗୁଁ ସ୍ଥଗିତ ରଖାଯାଇଥିବା ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ପୁଣି ୨୦୧୯ ଜୁଲାଇ ୨୨ ତାରିଖ ସୋମବାର ଦିନ ୨: ୪୩ ମିନିଟ୍ ଉତ୍କ୍ଷେପଣ କରାଯିବ।
ଏ ପର୍ଯ୍ୟନ୍ତ ଇସ୍ରୋର ଯେତେ ଅଭିଯାନ କରିଛି ସେଥିରୁ ଚନ୍ଦ୍ରାୟନ-୨ ସବୁଠୁ ବ୍ୟୟବହୁଳ। ଯଦି ଚନ୍ଦ୍ରାୟନ-୨ ସଫଳ ହୁଏ ଚନ୍ଦ୍ରପୃଷ୍ଠକୁ ନମନୀୟ ଲ୍ୟାଣ୍ଡ୍ରୋଭର୍ ଛାଡ଼ିବାରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଜିଏସ୍ଏଲ୍ଭି ଏମ୍କେ-୩ ଯୋଗେ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ କରାଯିବ।
Comments are closed.