ପାଟକୁରା: ବର୍ଷାରେ ପ୍ରଚାର ମାନ୍ଦା

ପାଟକୁରା: ଆଜି ପ୍ରଚାରର ଶେଷ ଦିନ। ଆଉ କେତେ ଘଣ୍ଟା ପରେ ପାଟକୁରା ପାଇଁ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଫିକା ପଡ଼ିଯାଇଛି।
ବିଜୁ ଜନତା ଦଳ (ବିଜେଡି) ପାଇଁ ନିଜେ ନବୀନ ପଟ୍ଟନାୟକ ଗତକାଲିଠାରୁ ଏଠାରେ ରୋଡ୍ ସୋ’ କରୁଥିବା ବେଳେ ଆଜି ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ରୋଡ୍ ସୋ’ କରୁଛନ୍ତି। ମଧ୍ୟାହ୍ନରେ ହଠାତ ବର୍ଷା ଆସିଯିବାରୁ ରୋଡ୍ ସୋ’ ମାନ୍ଦା ପଡ଼ିଛି। ଶୋଭାଯାତ୍ରାରେ ସାମିଲ ହେବାକୁ ଆସିଥିବା କର୍ମୀ ଓ ଭୋଟର ବର୍ଷା ଦାଉରେ ଛତ୍ରଭଙ୍ଗ ଦେଉଥିବାର ଦେଖିବାକୁ ମିଳିଛି।
ପ୍ରଚାର ସମୟ ଶେଷ ହୋଇ ଆସୁଥିବା ବେଳେ ଉଭୟ ଦଳ ପାଇଁ ଏବେ ବର୍ଷା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅବଶ୍ୟ ଅପରାହ୍ନରେ ପାଗ ଅନୁକୂଳ ହେବା ଆଶା କରାଯାଉଛି।
Comments are closed.