ଭୁବନେଶ୍ବର ପାର୍କ ଓ ସାଧାରଣ ଖୋଲାସ୍ଥାନ ହେବ ଡିଜିଟାଲ ଅନ୍ତର୍ଭୁକ୍ତ, ଆପ ଦ୍ବାରା ଜାଣିହେବ ସୁବିଧା ସୁଯୋଗର ମାନ

ଭୁବନେଶ୍ବର : ସହରର ବାସିନ୍ଦା ବା ପର୍ଯ୍ୟଟକ ଭାବେ ଆପଣ ନିକଟତମ ପାର୍କ ଅଥବା କୌଣସି ସାଧାରଣ ଖୋଲାସ୍ଥାନକୁ ବୁଲିଯିବାକୁ ଇଚ୍ଛା କରୁଛନ୍ତି କି? ଯଦି ହଁ ତେବେ ଆପଣମାନେ ମୋବାଇଲ ଆପରେ ଅଥବା ଡିଜିଟାଲ ପ୍ଲାଟଫର୍ମ ଭାବରେ ପ୍ରଥମ ଥର ପାଇଁ ମନ୍ଦିର ପାଳିନୀ ସହର ଭୁବନେଶ୍ବରରେ ପରୀକ୍ଷାତ୍ମକ ଭାବରେ ବ୍ୟବହୃତ ହେବାକୁ ଯାଇଛି।
ପ୍ରସ୍ତୁତି ପଥରେ ଥିବା ଏହି ଆପ୍ ଅତିଥି ବା ସହରର ନାଗରିକଙ୍କୁ ପାର୍କର ଅବସ୍ଥିତି ବିଷୟରେ ସୂଚତି କରିବା ସଙ୍ଗେ ସଙ୍ଗେ ସେହି ସବୁ ବଳୟ ବା ଖୋଲା ସ୍ଥାନରେ ଥିବା ମୌଳିକ ସୁବିଧା ବିଷୟରେ ଏବଂ ସମ୍ପର୍କରେ ସମ୍ମାନ ଧାରଣା ପ୍ରଦାନ କରିବାର ବ୍ୟବସ୍ଥା ରହିବ। ଏହି ଅଭିନବ କଳ୍ପନାକୁ ରୂପାୟତି କରିବାପାଇଁ କାର୍ଯ୍ୟରତ ଅଛନ୍ତି ସ୍ମାର୍ଟ ସିଟି ଫୋଲର୍ସ ମାନେ ଯେଉଁମାନଙ୍କର ଏକ ଛୋଟ ଦଳ ଏବେ ସହରକୁ ଆସିଥିଲେ ଭୁବନେଶ୍ବରରେ ରହଣି ସମୟରେ ସେମାନେ ଆମ ସହରର ମୁଖ୍ୟ ପାର୍କ, ଖୋଲା ସ୍ଥାନ ମାନଙ୍କର ତଥ୍ୟ ସଂଗ୍ରହ କରିଥିଲେ। ଏହା ପ୍ରଥମେ ପରିକ୍ଷା ମୂଳକ ପଦକ୍ଷେପ ସ୍ମାର୍ଟ ସିଟି ମିଶନ ତରଫରୁ ଏହି ସ୍ମାର୍ଟ ସିଟି ଫୋଲର୍ସ ମାନଙ୍କ ଦ୍ବାରା ବାସ୍ତବ ରୂପ ନେବାକୁ ଯାଉଛି।
ଏହି ପ୍ରସ୍ତାବିତ ଆପ୍ ଜଣେ ବ୍ୟବହାରକାରୀଙ୍କୁ ପାର୍କ, ଐତିହକ୍ଷେତ୍ର ଏବଂ ତା ସହିତ ଜଳାଶୟ, ଜଳଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଏବଂ ପ୍ରମୁଖ ରାସ୍ତାମାନଙ୍କ ସମ୍ପର୍କିତ ତଥ୍ୟ ଦେବା ସହିତ ବ୍ୟବହାର କାରୀ ମଧ୍ୟ ନିଜଆଡୁ ସେହିସ୍ଥାନ ବିଷୟରେ ମତାମତ ଦେବଇପାରିବାର ବ୍ୟବସ୍ଥା ରହିବ। ଜଣେ ବ୍ୟବହାରକାରୀ ଏହି ଆପରୁ କୌଣସି ପାର୍କ ନା ଖୋଲା ସ୍ଥାନକୁ ପହଞ୍ଚିବା ରାସ୍ତା ନିରାପତ୍ତା, ସମସ୍ତଙ୍କ ପାଇଁ ସୁବିଧା ପରିବେଶ, ସଂସ୍କୃତି ଏବଂ ନଗରୀରୂପେ ବାନ୍ଧିରଖିବାରେ ସୁବିଧା ଏବଂ ବିଭିନ୍ନ କାର୍ଯ୍ୟବଳୀ ସମ୍ପର୍କରେ ତଥ୍ୟ ପାଇବା ସହ ସେମାନଙ୍କର ସମ୍ପର୍କିତ ଅନ୍ୟାନ୍ୟ ସବିଶେଷ ତଥ୍ୟ ସମ୍ପର୍କରେ ମଧ୍ୟ ଜାଣିପାରିବେ।
Comments are closed.