ବିଶ୍ବରେ ବିଲ ଗେଟସ, ଭାରତରେ ମୋଦି

ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ଅଧିକ ପ୍ରଶଂସିତ ଭାରତୀୟ କିଏ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ଆମେ ଆପଣଙ୍କୁ କହିବୁ କିଏ ସେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦୁନିଆର ସବୁଠୁ ଅଧିକ ପ୍ରଶଂସିତ ଭାରତୀୟ। ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ ବ୍ୟକ୍ତିତ୍ୱକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବିଶ୍ଵ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ନମ୍ୱର ସ୍ଥାନରେ ରହିଛନ୍ତି। ରାଜନେତା ଭାବରେ ମୋଦି ହିଁ ଭାରତରୁ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ବଲିଉଡ ତାରକା ସାମିଲ ହୋଇଥିବା ବେଳେ କୌଣସି ଖେଳାଳି କିମ୍ୱା ବ୍ୟବସାୟୀ ସ୍ଥାନ ପାଇ ପାରି ନାହାନ୍ତି। ବଲିଉଡରୁ ଅମିତାଭ ବଚନ, ଶାହାରୁଖ ଖାନ୍ ଏବଂ ସଲମାନ ଖାନ୍ ଶ୍ରେଷ୍ଠ ୨୦ ତାଲିକାରେ ରହିଥିବାବେଳେ ମହିଳାଙ୍କ ତାଲିକାରେ ଶ୍ରେଷ୍ଠ ୨୦ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ସୁସ୍ମିତା ସେନ୍ ଏବଂ ଐଶର୍ଯ୍ୟା ରାୟ ସ୍ଥାନ ପାଇଛନ୍ତି।
Worlds Most Admired 2019. Our annual series, conducted this year in 41 countries, finds the most admired figures are:
Woman
1. Michelle Obama (+1)
2. Oprah Winfrey (+1)
3. Angelina Jolie (-2)Man
1. Bill Gates (-)
2. Barack Obama (-)
3. Jackie Chan (-)https://t.co/hY0K2Vf8F9 pic.twitter.com/54m4A3H9hu— YouGov (@YouGov) July 18, 2019
ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ ବିଶ୍ୱର ସବୁଠୁ ଅଧିକ ପ୍ରଶଂସିତ ବ୍ୟକ୍ତି ଭାବରେ ସ୍ଥାନ ପାଇଥିବା ବେଳେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ସ୍ତ୍ରୀ ତଥା ଆମେରିକାର ପୂର୍ବତନ ପ୍ରଥମ ମହିଳା ନାଗରିକ ମିଶେଲ ଓବାମା ବିଶ୍ୱର ସବୁଠୁ ପ୍ରଶଂସିତ ମହିଳା ତାଲିକାରେ ୧ ନମ୍ୱରରେ ରହିଛନ୍ତି। କେବଳ ଓବାମା ଦମ୍ପତି ନୁହନ୍ତି ସବୁଠୁ ପ୍ରଶଂସିତ ଦମ୍ପତି ତାଲିକାରେ ଚାଇନାର ରାଷ୍ଚ୍ରପତି ଜିଙ୍ଗ୍ ପିଙ୍ଗଙ୍କ ସହିତ ତାଙ୍କ ପତ୍ନୀ ପେଙ୍ଗ୍ ଲିୟୁନ ମଧ୍ୟ ରହିଛନ୍ତି। ସେହିପରି ଆମେରିକାର ହିଲାରୀ କ୍ଲିଣ୍ଟନ ଏବଂ ମେଲାନିଆ ଟ୍ରମ୍ପ ମିସେଲଙ୍କ ତଳେ ପ୍ରଶଂସିତ ମହିଳା ତାଲିକାରେ ରହିଛନ୍ତି।
Comments are closed.