ମାଷ୍ଟର ବ୍ଲାଷ୍ଟରଙ୍କୁ ଆଉ ଏକ ସମ୍ମାନ

ନୂଆଦିଲ୍ଲୀ: ‘କ୍ରିକେକଟର ଭଗବାନ’ କୁହାଯାଉଥିବା ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ସଚିନ ତେନ୍ଦୁଲକର ଆଇସିସିର ‘ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଛନ୍ତି। ଏହି ପୂର୍ବତନ କ୍ରିକେଟ ଖେଳାଳିଙ୍କ ସମେତ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଆଲାନ୍ ଡୋନାଲ୍ଡ, ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ କ୍ୟାଥରିୟାନ୍, ଫିଡଜପାଥରିକ୍ଙ୍କୁ ବି ଏହି ସମ୍ମାନ ମିଳିଛି। ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ଅବସରରେ ସଚିନ କହିଥିଲେ ସେ “ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।
"It's a huge honour for me."
Watch Sachin Tendulkar talk live about his induction into the ICC Hall of Fame ⬇️ https://t.co/52tLO0bNZE pic.twitter.com/EB0iy1bP6m
— ICC (@ICC) July 18, 2019
ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ଷଷ୍ଠ କ୍ରିକେଟର। ଏହା ଆଗରୁ ରାହୁଲ ଦ୍ରାବିଡ଼, ସୁନିଲ ଗାଭସ୍କର, କପିଲ୍ ଦେବ, ବିଶନ୍ ସିଂ ବେଦୀ, ଅନୀଲ କୁମ୍ବଲେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।
Comments are closed.