ଖଟିଆରେ ବୁହାହେଲେ ପ୍ରସୂତୀ

ମାଲକାନଗିରି: ରାଜ୍ୟରେ ପ୍ରସୂତୀ ମହିଳା ଖଟିଆରେ ବୁହା ହେବା ଏକ ନିତି ଦିନିଆ ଘଟଣା ହୋଇଗଲାଣି। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଣି ଖଟିଆରେ ବୁହା ହେଲେ ପ୍ରସୂତି ମହିଳା। ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୋହିକି ନେଲେ ଲୋକେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ବେଙ୍ଗପାଣି ଗାଁର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ପ୍ରସୂତି ମହିଳା ଜଣକ ହେଲେ ସୁରିଆ ପାଙ୍ଗି।
ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ। ହେଲେ ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିନଥିଲା ଆମ୍ବୁଲାନ୍ସ। ଅନ୍ୟ ଏକ ଗାଁରେ ଅଟକି ରହିଥିଲା ଆମ୍ବୁଲାନ୍ସ। ପରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ କିରନ୍ ରାଓ ପ୍ରସୂତିଙ୍କୁ ଆଣିବାକୁ ଗାଁକୁ ଚାଲି ଚାଲି ଯାଇଥିଲେ। ଗାଁରୁ ପ୍ରସୂତିଙ୍କ ସ୍ବାମୀ ମଙ୍ଗଳା ଓ ଆଟେଣ୍ଡାଣ୍ଟ ରାଓ ମିଶି ଏକ ଖଟିଆ ସହାୟତାରେ ଗାଁରୁ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏକ କିଲୋମିଟର ଜଙ୍ଗଲିଆ ରାସ୍ତାରେ ପ୍ରସୂତିଙ୍କୁ ବୋହି ଆଣିଥିଲେ। ବର୍ତ୍ତମାନ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତିଙ୍କୁ ଭର୍ତ୍ତି କରାଯାଇଛି।
Comments are closed.