ବିଷଧର ସାପ ସହ ଖେଳ କରି ଫସିଗଲେ ଯୁବକ

ବରଗଡ଼ : ସଜା ପାଲଟିଲା ସାପ ସହ ଖେଳ । ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ଶୁଟିଂ ଘଟଣାର ମୁଖ୍ୟ ନାୟକ ରୋହିତ ମେହେରକୁ ଗିରଫ କରିଛି ବରଗଡ଼ ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବରଗଡ଼ ଡିଏଫ୍ଓ ପି. ସନ୍ଦୀପ ସୂଚନା ଦେଇଛନ୍ତି। ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ କହିଛନ୍ତି। ସେହିପରି ସାପ ସହ ଷ୍ଟଣ୍ଟରୁ ରୋହିତ କରିଥିବା ରୋଜଗାରର ମଧ୍ୟ ତଦନ୍ତ ହେବ ବୋଲି ଡିଏଫ୍ଓ କହିଛନ୍ତି।
କିଛି ଦିନ ତଳେ ଏକ ନାଗ ସାପ ସହ ଜଣେ ଝିଅମାନଙ୍କ ବିପଦଜନକ ଷ୍ଟଣ୍ଟ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସାପକୁ ହାତରେ ଧରି ଚୁମ୍ବନ ଦେବା ଦୃଶ୍ୟ ରହିଥିଲା। ଏକାଧିକ ଯୁବତୀ ସାପଙ୍କୁ ଧରି ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା। ଏନେଇ ଓ୍ୱାଇଲଡ ଲାଇଫ୍ କ୍ରାଇମ୍ କଣ୍ଟୋଲ ବ୍ୟୁରୋ ଏବଂ ପିସିସିଏଫ୍ଙ୍କ ନିକଟରେ ଅଭିଯୋଗ ହୋଇଥିଲା।
Comments are closed.