କାଲି ପାଟକୁରା ଭୋଟ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା
ଭୁବନେଶ୍ବର : ଆସନ୍ତା କାଲି ହେବ ଭୋଟ ଗ୍ରହଣ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପାରୀକ୍ଷା କରିବେ ଜନତା । ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ବୁଥ ରିଗିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ବିଜେଡି ବିଜେପି ପରସ୍ପର ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେଡି ବିଜେପି ବିରୋଧରେ ବୁଥ କ୍ୟାପଚର ଅଭିଯୋଗ ଆଣିଥିବା ବେଳେ ବିଜେପି ବିଜେଡି ନେତା ପାଟକୁରା ଛାଡିନଥିବା ସିଇଓଙ୍କ ପାଖରେ ଅଭିଯୋଗ କରିଛି। ବୁଥରେ ପହଞ୍ଚିଯାଇଛନ୍ତି ପୋଲିଂ ପାର୍ଟି । ଇଭିଏମ, ଭିଭିପାଟ ରେଡି । ୩୦୯ ଟି ବୁଥରେ ହେବ ମତଦାନ। ପାଟକୁରା ନିର୍ବାଚନ ମୈଦାନରେ ଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା । ୧୭ଶହ ପୋଲିଂ ବୁଥ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ୪ କମ୍ପାନୀ ସିଏପିଏଫ, ୩୧ଟି ଓ୍ବେବ କାଷ୍ଟିଂ, ୪୦ଟି ସ୍ଥାନରେ ସିସିଟିଭି ୫୨ଜଣ ମାଇକ୍ରୋ ଅବଜରଭର, ୧୫ବୁଥରେ ଭିଡିଓଗ୍ରାଫି କରାଯିବ।
ନିର୍ବାଚନ କମିଶନ ପ୍ରସ୍ତୁତି ଚୂଡାନ୍ତ କରିବା ବେଳକୁ ବିଜେଡି ବିଜେପି ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି । ପ୍ରଥମେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେପି ବିରୋଧରେ ଫେରାଦ ହୋଇଛି। ଅଭିଯୋଗ କରିଛି ଯେ ୫୪ଟି ବୁଥକୁ ବିଜେପି ତା କବଜାରେ ରଖିଛି । ସେହି ବୁଥଗୁଡ଼ିକରେ ବିଜେପି ରିଗିଂ ଓ ଭୋଟରଙ୍କୁ ପ୍ରଭାବିତ କରିବ ବିଜେଡି ଅଭିଯୋଗ କରିଛି। ଏପଟେ ବିଜେପି ବି ବିଜେଡି ବିରୋଧରେ ମଧ୍ୟ ଫେରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀ ପାଟକୁରା ଛାଡି ନାହାନ୍ତି। ପ୍ରଚାର ସରିବା ମାତ୍ରେ ପାଟକୁରା ବାହରର ନେତା ଏରିୟା ଛାଡିବା କଥା କିନ୍ତୁ ବିଜେଡି ନେତାମାନେ ଟଙ୍କା ବାଣ୍ଟିବା ପାଇଁ ପଡି ରହିଛନ୍ତି । ଏବଂ ବୁଥ କ୍ୟାପଚର କରିବେ ବୋଲି ସିଇଓଙ୍କ ପାଖରେ ଅଭିଯୋଗ କରିଛି ବିଜେପି। ଆସନ୍ତା କାଲି ଭୋଟ ଗ୍ରହଣ ସକଳା ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ। ଜଣାପଡ଼ିଯିବ କାହାର ହେବ ଜିତାପଟ।
Comments are closed.