ସଚିନ, ଲାରା ଓ ଗେଲ ଯାହ କରି ପାରିଲେ ନାହିଁ ତାହା ଶିଖର ଧାଓ୍ବନ କରି ଦେଖାଇଲେ

ନୂଆଦିଲ୍ଲୀ: ବର୍ତ୍ତମାନ ସୋଶିଆଲ ମିଡ଼ିଆରେ ଚ୍ୟାଲେଞ୍ଜ ଉପରେ ଚ୍ୟାଲେଞ୍ଜର ଝଡ଼ ସୃଷ୍ଟି ହେଉଛି। ସେହି ଚ୍ୟାଲେଞ୍ଜ ମଧ୍ୟରୁ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଅନ୍ୟତମ। କିଛି ଦିନ ତଳେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ଏହି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତା ସହ ବ୍ୟାଟରେ ବଲ୍ ମାରି ବଟଲର ଠିପି ଖୋଲିଥିଲେ। ଏହାପରେ ଯୁବରାଜ ସିଂହ ସଚିନ ତେନ୍ଦୁଲକର, କ୍ରିସ୍ ଗେଲ୍, ବ୍ରାଏନ ଲାରା ଏବଂ ଶିଖର ଧାଓ୍ବନଙ୍କୁ ଏହି ଚ୍ୟାଲେଞ୍ଜ କରିବା ପାଇଁ ଟ୍ୟାଗ କରିଥିଲେ। ଜୁଲାଇ ୮ ତାରିଖରେ ଏହି ଚ୍ୟାଲେଞ୍ଜ ଯୁବରାଜ ଦେଇଥିଲେ।
ଭାରତୀୟ କ୍ରିକେଟ ଦଳର ଗବର ତଥା ଶିଖର ଆହତ କାରଣରୁ ବିଶ୍ବକପ୍ ମଧ୍ୟଭାରୁ ଭାରତୀୟ ବିଶ୍ବକପ୍ ଦଳରୁ ଓହରି ଯାଇଥିଲେ। ତାଙ୍କ ହାତ ଫ୍ୟାକ୍ଚର ହୋଇ ଥିବାରୁ ସେ ବିଶ୍ବକପ୍ ଅଧାରୁ ଓହରି ଯାଇଥିଲେ। ଆହାତ ହେବା ପରେ ଶିଖର ଧାଓ୍ବନ ପ୍ରଥମ ଥର ପାଇଁ ବ୍ୟାଟ ଧରିବାର ଦେଖିବାକୁ ମିଳିଥିଲା। ତା ସହିତ ଯୁବରାଜ ସିଂହଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ଯୁବରାଜଙ୍କ ଚ୍ୟାଲେଞ୍ଜର ପ୍ରାୟ ୧୦ ଦିନ ପରେ ଶିଖର ଧାଓ୍ବନ ନିଜ ଟ୍ବିଟର ପେଜରେ ଏକ ୨୫ ସେକେଣ୍ଡର ଭିଡ଼ିଓ ସେୟାର କରିଛନ୍ତି। ୟୁବି ପାଜି ଏ ମୋର ବଟଲ୍ କେପ୍ ଚ୍ୟାଲେଞ୍ଜ। ଆହାତ ହେବା ପରେ ପ୍ରଥମ ଥର ବ୍ୟାଟ ଧରିଛି। ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ବହୁତ ଖୁସି ଲାଗୁଛି ବୋଲି ସେ ଟ୍ବିଟ କରିଛନ୍ତି।
Yuvi Paaji, here is my #BottleCapChallenge! This is the first time I am picking my bat up after my injury..feels good to be back! 💪 @YUVSTRONG12 pic.twitter.com/NaFADCbV8K
— Shikhar Dhawan (@SDhawan25) July 18, 2019
ଯୁବରାଜ ସିଂହ ବହୁତ ବଢିଆ ସଟ୍ କହି ଶିଖରଙ୍କ ପ୍ରଶଂସା କରିଛନ୍ତି।
Shot eh jatt ji 👌🏼
— Yuvraj Singh (@YUVSTRONG12) July 18, 2019
ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ କଣ?
ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ବ୍ୟକ୍ତି ବିନା ହାତ ସାହାର୍ଯ୍ୟରେ ବଟଲର ଠିପି ଖୋଲିବାକୁ ପଡ଼ିଥାଏ। ଏହି ଚ୍ୟାଲେଞ୍ଜ ସ୍ବୀକାର କରୁଥିବା ବ୍ୟକ୍ତି ମାନେ ବିନା ହାତ ସାହାର୍ଯ୍ୟରେ ବଟଲ୍ ଠିପି ଖୋଲିଥାନ୍ତି କିନ୍ତୁ ଏକ ସର୍ତ୍ତ ଥାଏ। ବଟଲ୍ ଠିପି ଖୋଲିବ କିନ୍ତୁ ବଟଲ୍ ଯେମିତି ତଳେ ନ ପଡେ ଏହା ହିଁ ହେଉଛି ବଟଲ କ୍ୟାପ୍ ଚ୍ୟାଲେଞ୍ଜର ସର୍ତ୍ତ। ଏହି ଚ୍ୟାଲେଞ୍ଜ ବହୂୁତ ଲୋକପ୍ରିୟ ଅଟେ।
Comments are closed.