Odisha Link
Bridging the Missing Links in Odisha

ନୟାଗଡ଼ରୁ ମହିପୁର ଯାଏ ଗଡ଼ିଲା ରେଳ ଇଞ୍ଜିନ

ନୟାଗଡ଼: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାର୍ଯ୍ୟ। ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ପର୍ଯ୍ୟନ୍ତ ଟ୍ରାଏଲ ଇଞ୍ଜିନ ଗଡ଼ିଛି। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିଛି ରେଳ ଇଞ୍ଜିନ।ଏହି ଟ୍ରାକ୍‌ରେ ସଫଳତାର ସହ ରେଳ ଇଞ୍ଜିନ ଗଡ଼ିଥିବା ଜଣାପଡ଼ିଛି। ଏହିସମୟରେ ପୂର୍ବତଟ ରେଳ ପଥର ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ବିଧିବଦ୍ଧ ଭାବେ କେବେଠାରୁ ମହିପୁରକୁ ଟ୍ରେନ୍‌ ଚଳାଚଳ କରିବ, ତାହା ଜଣାପଡ଼ି ନାହିଁ।

Comments are closed.