ଲାଲ୍ ବାହିନୀର ଠିକାଦାରଙ୍କୁ ଟାର୍ଗେଟ୍
![](https://www.odishalink.com/wp-content/uploads/2019/07/maoist.jpg)
କଳାହାଣ୍ଡି : ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଜଣକୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଜଣକୁ ହତ୍ୟା କଛନ୍ତି ମାଓବାଦୀ। ମୃତକ ହେଲେ ଭୀମ ଦୋରା।
ମାଓବାଦୀମାନେ ଭୀମଙ୍କୁ ଡୁକରିଗୁଡ଼ାରେ ଗୁଳି କରି ହତ୍ୟା କରିଛନ୍ତି। ଭୀମ ପେଷାରେ ଜଣେ ଠିକାଦାର ଥିଲେ। ଏହାକୁ ମିଶାଇ ଦୁଇ ଦିନରେ ୨ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ଲାଲ୍ ବାହିନୀ।
Comments are closed.