ଆଜି ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖରଙ୍କ ଜନ୍ମଦିନ, ତିଓ୍ବାରୀରୁ ଆଜାଦ୍ ହେଲେ କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମଦିନ। ଆଜିର ଦିନ ଅର୍ଥାତ ଜୁଲାଇ ୨୩ ତାରିଖ ୧୯୦୬ ମସିହାରେ ସୀତାରାମ ତିଓ୍ବାରୀ ଓ ଜଗରାନୀ ଦେବୀଙ୍କ ଘରେ ଜନ୍ମ ନେଇଥିଲା ଏକ ଶିଶୁ ପୁତ୍ର। ତାହାର ନାମ ଥିଲା ଚନ୍ଦ୍ରଶେଖର। ମଧ୍ୟପ୍ରଦେଶର ଭାବରା ସହରରେ ଜନ୍ମିତ ଚନ୍ଦ୍ରଶେଖରଙ୍କ ନାମ ପରେ ଆଜାଦ କିପରି ଲାଗିଲା ତାରି ଉପରେ ଏକ ଲମ୍ବା କାହାଣୀ ଅଛି। ଏକଦା ଚନ୍ଦ୍ରଶେଖରଙ୍କ ମାତା ତାଙ୍କୁ ସଂସ୍କୃତ ଭାଷାର ଜଣେ ବିଦ୍ବାନ ବନେବାଇକୁ ଚାହୁଁଥିଲେ କିନ୍ତୁ ଆଜାଦଙ୍କ ମନରେ ଆଉ କିଛି ଥିଲା। ଆଜାଦ୍ ଦେଶରୁ ଇଂରେଜ ମାନଙ୍କଠାରୁ କିଭଳି ମୁକ୍ତ କରିବେ ସେହି ଚିନ୍ତା କରୁଥିଲେ। ଚନ୍ଦ୍ରଶେଖରଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ।
ଚନ୍ଦ୍ରଶେଖର ତିଓ୍ବାରୀ ରୁ ଚନ୍ଦ୍ରଶେଖର ଆଜାଦ୍:
ଜାଲତଓ୍ବାନାବାଗ ହତ୍ୟାକାଣ୍ଡ ପରେ ସାରା ଦେଶରେ କ୍ରାନ୍ତିକାରୀ ମାନେ ଆନ୍ଦୋଳନ ଚଲାଇଥିଲେ। ଚନ୍ଦ୍ରଶେଖର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ସହିତ ଆନ୍ଦୋଳନ ସମୟରେ ଚନ୍ଦ୍ରଶେଖର ଇଂରେଜ ମାନଙ୍କ ଦ୍ବାରା ଗିରଫ ହୋଇଥିଲେ। ସେତବେଳକୁ ଆଜାଦଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ଗିରଫ ହୋଇଥିବା ଆଜାଦଙ୍କୁ କୋର୍ଟକୁ ନିଆଯାଇଥିଲା। କୋର୍ଟରେ ମାଜିଷ୍ଟ୍ରେଟ୍ ଚନ୍ଦ୍ରଶେଖରଙ୍କୁ ନାମ, ପିତାଙ୍କ ନାମ ଓ ଠିକଣା ପଚାରିଥିଲେ। ତାର ପ୍ରତି ଉତ୍ତରରେ ଚନ୍ଦ୍ରଶେଖର କହିଥିଲେ କି, ମୋ ନାମ ଆଜାଦ, ବାପାଙ୍କ ନାମ ସ୍ବତନ୍ତ୍ର ଏବଂ ଠିକଣା ଜେଲ ଅଟେ।
ଚନ୍ଦ୍ରଶେଖରଙ୍କ ଏଭଳି ବୟାନ ଶୁଣି ମାଜିଷ୍ଟ୍ରେଟ୍ ଚକିତ ହୋଇଗଲେ ଏବଂ ୧୫ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ଦଣ୍ଡାଦେଶ ଦେଲେ। ଇଂରେଜ ସୈନ୍ୟମାନେ ଚନ୍ଦ୍ରଶେଖରଙ୍କୁ ବହୁତ ପିଟି ଥିଲେ। ୧୫ ଦିନ ପୁରିଗଲା ପରେ ଚନ୍ଦ୍ରଶେଖର ଜେଲରୁ ମୁକ୍ତ ହେଲେ। ଚନ୍ଦ୍ରଶେଖରଙ୍କୁ ଲୋକ ଫୁଲମାଳା ଦେଇ ସ୍ବାଗତ କରିଥିଲେ। ଚନ୍ଦ୍ରଶେଖରଙ୍କ ଫଟୋ ଖବରକାଗଜରେ ବାହାରିଥିଲା। ଖବରକାଗଜରେ ଆଜାଦଙ୍କ ଫଟୋ ସହ ଭଲ ଭଲ କ୍ୟାପସନ ବାହାରିଥିଲା। ସେହିଦିନ ପରଠାରୁ ଚନ୍ଦ୍ରଶେଖରଙ୍କୁ ସମସ୍ତେ ଆଜାଦ ନାମରେ ଡାକି ଥିଲେ। ଏହିପରି ଭାବରେ ଚନ୍ଦ୍ରଶେଖର ତିଓ୍ବାରୀ ରୁ ଚନ୍ଦ୍ରଶେଖର ଆଜାଦ୍ ହୋଇଥିଲା।
Comments are closed.