ପାରାଦୀପରେ ଜଳସଙ୍କଟ

ପାରାଦୀପ : ଉତ୍କଟ ହେଲାଣି ପାରାଦୀପରେ ଜଳ ସଙ୍କଟ। ଏଣିକି ପାରାଦୀପରେ ଦିନକୁ ଥରେ ମାତ୍ର ମିଳିବ ପାଣି। ଟାଉନସିପ୍ ଲାଗି ମହଜୁଦ୍ ଥିବା ଜଳସ୍ତର ଦିନକୁ ଦିନ କମୁଛି। ଆଜିଠୁ ପାରାଦୀପ ଟାଉନସିପ୍ରେ ଥରେ ମାତ୍ର ଜଳ ଯୋଗାଣ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ବନ୍ଦର କର୍ତ୍ତୃପକ୍ଷ ।
ଡାକବାଜି ଯନ୍ତ୍ର ଯୋଗେ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ପ୍ରଚାର କରାଯାଉଛି । ଲୋକମାନଙ୍କୁ ଜଳ ସଞ୍ଚୟ ତଥା ଅପଚୟ ନ କରିବା ଲାଗି ସଚେତନ କରାଯାଉଛି। ପରିସ୍ଥିତିରେ ସୁଧାର ନ ଆସିବା ଯାଏ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।
Comments are closed.