Odisha Link
Bridging the Missing Links in Odisha

ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲାରେ ପୁଣି ଏକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ପୋଢମୁଣ୍ଡା ଗ୍ରାମର ଯୁବ ଚାଷୀ ବୈଷ୍ଣବ ଭୁଏ ବୁଧବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଧାନ ଓ ବାଇଗଣ ଚାଷ କରିଥିଲେ। ଏହି କାରଣରୁ ସେ ବିଭିନ୍ନ ସ୍ଥାନରୁ ଟଙ୍କା ଧାର କରିଥିଲେ। ବିଳମ୍ବିତ ରାତିରେ ବୈଷ୍ଣବ ଘରୁ ଖାଇ ନିଜ କ୍ଷେତକୁ ଯାଇ ଏକ କୀଟନାଶକ ପିଇଦେଇଥିଲେ। ଘଟଣା ସମ୍ପର୍କରେ ଜାଣି ପରିବାର ଲୋକେ ତାଙ୍କୁ ଉଦ୍ଧାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସଦର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫସଲ ହାନି ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Comments are closed.