Odisha Link
Bridging the Missing Links in Odisha

ବିଶ୍ବକପ୍‌ ପରେ ବିଶ୍ରାମ ନେବାକୁ ଥିବା ବିରାଟ କାହିଁକି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଛନ୍ତି?

ନୂଆଦିଲ୍ଲୀ: ବିଶ୍ବକପ୍‌ ସମୟରେ ଓ୍ବେଷ୍ଟଛଣ୍ଡିଜ ଗସ୍ତରେ ବିରାଟ କୋହଲି ଯିବେ ନାହିଁ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ଏମିତିକି ବିଶ୍ବକପ ବିଶ୍ବକପରୁ ବିଦା ହେଲା ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଯିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପରେ ବିରାଟ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ବୋଲି ତାଙ୍କ ନିଷ୍ପତ୍ତି ଶୁଣାଇଥିଲେ। ବିରାଟଙ୍କ ଶୁଣାଣି ପରେ ସୋଶିଆଲ ମିଡ଼ିଆରେ ଅଧିନାୟକ ପଦ ଲୋଭରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟ ଯାଉଛନ୍ତି ବୋଲି ବେଶ କିଛିଦିନ ଚର୍ଚ୍ଚା ଲାଗି ରହିଥିଲା। ଅପରପକ୍ଷେ ବାସ୍ତବ କଥା ସାମ୍ନାକୁ ଆସିଛି।

ସୂଚନାମୁତାବିକ, ବିରାଟ ଅଧିନାୟକ ଲୋଭରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉନାହାଁନ୍ତି ବରଂ ବିଶ୍ବକପ ସେମିଫାଇନାଲ ହାରିବା ପରେ ସାଥୀ ଖେଳାଳିଙ୍କ ମନବଳ ଦୁର୍ବଳ ହୋଇଯାଇଛି। ତେଣୁ ଆଗାମୀ ମ୍ୟାଚରେ ସେମାନଙ୍କ ମନୋବଳକ ବୃଦ୍ଧି କରାଇବା ପାଇଁ ବିରାଟ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଛନ୍ତି। ପୂର୍ବରୁ କୁହାଯାଉଥିବା ଏକଦିବସୀୟ ମ୍ୟାଚ ଓ ଟି-୨୦ରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାର ଦିଆଯିବ ଏବଂ ଟେଷ୍ଟ ମ୍ୟାଚରେ ବିରାଟଙ୍କୁ ଅଧିନାୟକ ଭାର ଦିଆଯିବା କଥା ସମ୍ପୂର୍ଣ୍ଣ ମିଥ୍ୟା, ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ହେବାକୁ ଥିବା ତିନୋଟି ଫର୍ମାଟ ପାଇଁ ବିରାଟଙ୍କୁ ଅଧିନାୟକ ଦାୟିତ୍ବ ଭାର ମିଳିଛି।

Comments are closed.