ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦେଖିବାକୁ ମିଳିବ ନାହିଁ OPPO! , କାହିଁକି ଜାଣନ୍ତୁ
ନୂଆଦିଳ୍ଲୀ: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦେଖାଯିବ ନାହିଁ ଓପୋ(Oppo) କମ୍ପାନୀର ଲୋଗ। କାରଣ ଟିମ୍ ଇଣ୍ଡିଆକୁ ମିଳିଛି ନୂଆ ସ୍ପନସର। ଏବେ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବିଓ୍ବାଇଜେୟୁ(Byju’s)ର ଲୋଗୋ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ। ଚାଇନିଜ ମୋବାଇଲ କମ୍ପାନୀ ଅପୋକୁ ହଟାଇ ସ୍ଥାନ ନେବ ବିଓ୍ବାଇଜେୟୁ। ମାର୍ଚ୍ଚ ୨୦୧୭ରୁ ୫ବର୍ଷ ପାଇଁ ଅପୋ ଟିମ ଇଣ୍ଡିଆର ସ୍ପନସର ରହିଥିଲା।
ତେବେ ସମୟ ଅବଧି ପୂରଣ ପୂର୍ବରୁ ସ୍ପନସରସିପରୁ ଓହରିଯାଇଛି ଅପୋ। ୧୦୭୮ କୋଟି ବିନିମୟରେ ୫ବର୍ଷ ପାଇଁ ସ୍ପନସର ରହିବାକୁ ବିସିସିଆଇ ପକ୍ଷରୁ ଅନୁମତି ପାଇଥିଲା ଅପୋ। ତେବେ କ୍ଷତି ସହୁଥିବାର କାରଣ ଦର୍ଶାଇ ବେଙ୍ଗାଲୁରୁର ଏଜୁକେସନ ଟେକ୍ନୋଲୋଜି ଫାର୍ମ(Byju’s)କୁ ସ୍ପନରସିପ ଦେବାକୁ ବାଧ୍ୟ ହୋଇଛି ଅପୋ। ତେବେ ଟିମ୍ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବ ଅପୋ ଲୋଗୋ। ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ୍ ଇଣ୍ଡିଆ ରହିବ। ଏହି ଶୃଙ୍ଖଳା ପରେ ଟିମ ଇଣ୍ଡିଆର ଜର୍ସିରେ ବିଓ୍ବାଇଜେୟୁ ସ୍ଥାନ ପାଇବ। ଘରୋଇ ସିଜିନ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ଜର୍ସିରେ ବିଓ୍ବାଇଜେୟୁର ଲୋଗୋ ନଜର ଆସିବ।
Comments are closed.