ଆନନ୍ଦପୁରଠାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ

ଆନନ୍ଦପୁର : କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ଏକ ଦୁଇ ଜଣିଆ ଟିମ୍ ପହଞ୍ଚି ପ୍ରସ୍ତାବିତ ଶିଆଡିମାଳିଆଠାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ସମୟରେ ସ୍ଥାନୀୟ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରବିନ୍ଦ୍ର ସାହୁ, ଆନନ୍ଦପୁର ତହସିଲଦାର ତପନ ନାୟକଙ୍କ ସମେତ ବହୁ ପ୍ରଶାସନିକ ପଦାଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସ୍ଥାନୀୟ ପ୍ରଶାସନ ତରଫରୁ ଚିହ୍ନଟ ହୋଇଥବା 8 ଏକର ଜାଗା ଓ ଏହାର ଆନୁସଙ୍ଗିକ ସୁବିଧା ସୁଯୋଗକୁ ନେଇ କେନ୍ଦ୍ରୀୟ ଟିମ୍ ସନ୍ତୁଷ୍ଟ ଥିବା ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଆଉ କେତେକ ଔପଚାରିକତା ପୂରଣ ପରେ ଆଗାମୀ ଦୁଇ ମାସ ମଧ୍ୟରେ ବିଦ୍ୟାଳୟ ନିର୍ମ।ଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ।
Comments are closed.