କଳାହାଣ୍ଡିରେ ନିର୍ମାଣ ହେବ ଏମଏସଏମଇ ପାର୍କ
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ଆଜି ବାଚସ୍ପତିଙ୍କୁ ଶାସକ ଓ ବିରୋଧୀ ବିଧାୟକ ଚାର୍ଗେଟ କରିଛନ୍ତି। ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ଶାସକ ଓ ବିରୋଧୀ ବିଧାୟକ ବାଚସ୍ପତିଙ୍କୁ ଟାର୍ଗେଟ କରିଥିଲେ। ବାଚସ୍ପତି କାହିଁକି ଏଭଳି କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି।
ତେବେ ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର ବେଳେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, କଳାହାଣ୍ଡିରେ ଏମଏସଏମଇ ପାର୍କ ନିର୍ମାଣ ହେବ। ଧାମରାରେ ୭ଟି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ସରକାରୀ ଅନୁମୋଦନ ମିଳିଛି। ଧାମରାରେ ଲ୍ୟାଣ୍ଡ୍ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଗତ ୨୦ ବର୍ଷ ମଧ୍ୟରେ ଧାମରା ବନ୍ଦର ପ୍ରତିଷ୍ଠା ସତ୍ତ୍ୱେ ଗୋଟିଏ ବି କମ୍ପାନୀ ନିଜସ୍ୱ କାମ ଆରମ୍ଭ କରି ନାହାନ୍ତି। ବନ୍ଦରକୁ ଛାଡ଼ି ଦେଲେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇନି।
ସେହିପରି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଆଲୋଚନା ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଭଦ୍ରକରେ ଗୋଟିଏ ସୁଇମିଂ ପୁଲ୍ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଠାରେ ଜଳକ୍ରୀଡ଼ା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
Comments are closed.