କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ସ୍ମରଣ କଲେ ରାଷ୍ଟ୍ରପତି, ପ୍ରଧନାମନ୍ତ୍ରୀ
ନୂଆଦିଲ୍ଲୀ: ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ। କାରଣ ଆଜି ହେଉଛି କାର୍ଗିଲ ବିଜୟ ଦିବସ। ସାରା ଦେଶ ଆଜି ୨୦ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି। କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରତିବର୍ଷ ଦେଶରେ ଜୁଲାଇ ୨୬ରେ ସମାରୋହର ଆୟୋଜନ କରାଯାଏ। ଡ୍ରାସରେ ଆୟୋଜିତ ଏକ ସମାରୋହକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥାଏ। ଚଳିତ ଥର ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମାରୋହରେ ଯୋଗଦେବେ। ଦିଲ୍ଲୀରୁ ପଠାଯାଇଥିବା ମଶାଲ ଡ୍ରାସରେ ପହଞ୍ଚିବ। ପାକିସ୍ତାନ ବିପକ୍ଷରେ ଭାରତ ୧୯୯୯ ଜୁଲାଇ ୨୬ରେ ସଂଗଠିତ ହୋଇଥିବା ଯୁଦ୍ଧରେ ବିଜୟ ଲାଭ କରିବା ପରେ ଭାରତ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡାଇଥିଲା। ଯାହାକୁ ନେଇ ଦେଶବାସୀ ଗର୍ବ କରିବା ସହ ଯବାନ ଏବଂ ବିଜୟକୁ ସ୍ମରଣ କରିଥାନ୍ତି। ଏହି ପରିପ୍ରେକ୍ଷୀରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଥାଏ।
‘कारगिल विजय दिवस’, हमारे कृतज्ञ राष्ट्र के लिए 1999 में कारगिल की चोटियों पर अपने सशस्त्र बलों की वीरता का स्मरण करने का दिन है।
हम इस अवसर पर, भारत की रक्षा करने वाले योद्धाओं के धैर्य व शौर्य को नमन करते हैं।
हम सभी शहीदों के प्रति आजीवन ऋणी रहेंगे।
जय हिन्द! 🇮🇳
— President of India (@rashtrapatibhvn) July 26, 2019
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟରେ ବୀର ଯବାନଙ୍କ ବଳୀଦାନକୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରି ଲେଖିଛନ୍ତି, ଆଜିର ଦିନ ହେଉଛି ସେହି ଦିନ ଯେଉଁଦିନ ବୀର ଯବାନମାନେ କାରଗିଲରେ ବିରତ୍ୱ ଦେଖାଇଥିଲେ। ଏହା ହେଉଛି ଏକ ସ୍ମରଣୀୟ ଦିନ। ଏହି ଅବସରରେ ଦେଶକୁ ରକ୍ଷା କରିଥିବା ଯବାନଙ୍କୁ ପରାକ୍ରମକୁ ପ୍ରଣାମ। ସମସ୍ତ ସହିଦଙ୍କ ପ୍ରତି ଦେଶ ଆଜୀବନ ଋଣୀ ରହିବ।
During the Kargil War in 1999, I had the opportunity to go to Kargil and show solidarity with our brave soldiers.
This was the time when I was working for my Party in J&K as well as Himachal Pradesh.
The visit to Kargil and interactions with soldiers are unforgettable. pic.twitter.com/E5QUgHlTDS
— Narendra Modi (@narendramodi) July 26, 2019
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ତାଙ୍କୁ ସେଠାକୁ ଯିବାକୁ ସୁଯୋଗ ମିଳିଥିଲା। ସେଠାରେ ସେ ବୀର ଯବାନଙ୍କ ଏକତାକୁ ଦେଖିଥିଲେ। ସେହି ସମୟରେ ସେ କାଶ୍ମୀର ଓ ହିମାଚଳରେ ଦଳ ପାଇଁ କାମ କରୁଥିଲେ। ସେହି ସମୟରେ ସୈନିକଙ୍କ ସହ ମୋଦୀ କଥା ହୋଇଥିଲେ। ଯାହାକୁ କେବେ ମଧ୍ୟ ଭୁଲି ହେବନାହିଁ ବୋଲି ସେ କହିଛନ୍ତି।
Comments are closed.