ଭିଜିଲାନ୍ସ ଜାଲରେ ୩ ପୋଲିସ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ ଥାନାର ୩ ଜଣ ପୋଲିସ ଅଧିକାରୀ । ଆଇଆଇସି ରଞ୍ଜନ ସାହୁ, ଏସଆଇ ମାନସ ରଞ୍ଜନ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା ଜାରି ରଖିଛି ।
ଏକ ଜାଲ ସାର୍ଟିଫିକେଟ୍ କେସ୍କୁ ରଫା ଦଫା କରିବା ପାଇଁ ନେଉଥିଲେ ଲାଞ୍ଚ । ଓମ୍ ଭୂବର୍ଶ ନାମକ ଏକ ଘରୋଇ କଲେଜରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଗତକାଲି ରାତିରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।
Comments are closed.