Odisha Link
Bridging the Missing Links in Odisha

କଟକରେ ସବୁଠାରୁ ଅଧିକ ଭିକାରି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ ଅଧିକ ଭିକାରି ଅଛନ୍ତି କଟକରେ । ଏହା କଥା ଆମେ କହୁନାହୁଁ । ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ଭିକାରୀ ସଂଖ୍ୟା କେତେ ବୋଲି ପ୍ରଶ୍ନର ଉତ୍ତର ରଖି ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୬୩୯୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି । ତେବେ କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି । ତେବେ ଦ୍ୱିତୀୟ ତାଲିକାରେ ରହିଛି ବଲାଙ୍ଗିର । ବଲାଙ୍ଗିର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୭୦୮ ଜଣ ଭିକାରି ଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ସେହିପରି ମୟୂରଭଞ୍ଜରେ ୪୮୫, ଗଞ୍ଜାମରେ ୪୫୮, ପୁରୀରେ ୧୨୦, ବୌଦ୍ଧରେ ୧୯, ମାଲକାନଗିରିରେ ୨୧ ଓ ଦେବଗଡ଼ରେ ସର୍ବନିମ୍ନ ୧୬ ଜଣ ଭିକାରି ଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.