Odisha Link
Bridging the Missing Links in Odisha

‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ: ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖି ପାରୁ ନାହାନ୍ତି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ।

ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ ଦାବି ହୋଇଥିଲା ଏବଂ ସମସ୍ତ ସ୍କୁଲରେ ଏହି ଦୁଇଟି ଗୀତକୁ ଗାଇବା ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ କରିଥିଲେ ବିଜେପି ନେତା।

Comments are closed.