Odisha Link
Bridging the Missing Links in Odisha

ଇ-ଯାନବାହନରେ ଜିଏସଟି ହ୍ରାସ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି କାଉନ୍ସିଲ୍‌ର ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ବ୍ୟାଟେରୀ ଚାଳିତ କାର୍‌ ଏବଂ ସ୍କୁଟରରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ବ୍ୟାଟେରି ଚାଳିତ ଯାନବାହନରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରି ଦିଆଯାଇଛି। ଏହା ସହିତ ଇଲେଟ୍ରିକ ଯାନବାହାନ ଚାର୍ଜରରେ ଲାଗାଯାଉଥିବା ଜିଏସ୍‌ଟି ଦର ୫ ପ୍ରତିଶତ କରାଯାଇଛି। ଯାହା ପୂର୍ବରୁ ୧୮ ପ୍ରତିଶତ ଥିଲା। ଏହି ଦର ଆସନ୍ତା ୧ତାରିଖରୁ ଲାଗୁ ହେବ ବୋଲି ସୂଚନା ରହିଛି।

ଏହା ବ୍ୟତୀତ ୧୨ରୁ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ ବସ କିଣିବା ପାଇଁ ଜିଏସଟି ଲାଗିବ ନାହିଁ ବୋଲି ନିଷ୍ପତି ନିଆଯାଇଛି। ତେବେ ଦେଶରେ ବ୍ୟାଟେରିଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ପ୍ରଥମ ଜିଏସ୍‌ଟି କାଉନ୍ସିଲ୍‌ ବୈଠକ ୨୫ ଜୁଲାଇକୁ ହେବାର ଥିଲା। କିନ୍ତୁ ସଂସଦରେ ଚାଲୁଥିବା ବଜେଟ୍‌ ସମ୍ବନ୍ଦିୟ ଆଇବିସି ବିଲ୍‌ର ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସାମିଲ୍‌ ଥିବାରୁ ଏହି ବୈଠକର ତାରିଖ ପରିବର୍ତ୍ତନ କରାଯାଇଥିଲା।

Comments are closed.